କରୋନା କରୁଣ : ଆଜି ସାର୍କ ଦେଶ ମାନଙ୍କର ଭିଡିଓକନଫରେନସ ବୈଠକ

in #steempress6 years ago


ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା କରୁଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲିଟିଛି । କାରଣ ପ୍ରତ୍ୟେକ ରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି କରୋନା ଭାଇରସ ଉପରେ ରୋକ ଲଗାଇବା ପାଇଁ ସାର୍କ ବା ସାଉଥ ଏସିଆନ ଆସୋସିଏସନ ଫର ରିଜିଓନାଲ କୋଅପରେସନ ରାଷ୍ଟ୍ରମାନଙ୍କର ଆଜି ବୈଠକ ରହିଛି । ଆଜି ଭାରତ ପକ୍ଷରୁ ଏଥିରେ ପ୍ରତିନିଧିତ୍ୱ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । ଆଜି ଅପରାହ୍ନ ୫ ଟାରେ ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ।

ଅନ୍ୟପଟେ ସବୁଠାରୁ ବଡକଥା ହେଲା ଏଥିରେ ସହମିତି ପ୍ରଦାନ କରିଛି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଐଶା ଫାରୁକୀ ଟୁଇଟ୍ କରି କହିଛନ୍ତି, ‘ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାର୍କ ଦେଶକୁ ଦିଆଯାଇଥିବା ପ୍ରସ୍ତାବରେ ଯୋଗ ଦେବା ପାଇଁ ପାକିସ୍ତାନ ରାଜି। ଭିଡିଓ କନଫରେସିଂ ହେଲେ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଜାଫଫ ମୀର୍ଜା ଯୋଗ ଦେବେ’। ଅନ୍ୟରାଷ୍ଟ୍ର ମାନଙ୍କ ମଧ୍ୟରୁ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି, ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ଅଶ୍ରଫ୍ ଘନି ପ୍ରମୁଖ ଯୋଗଦେବେ ।

Coin Marketplace

STEEM 0.04
TRX 0.33
JST 0.099
BTC 64579.16
ETH 1870.82
USDT 1.00
SBD 0.38