କରୋନା ପାଇଁ ହାଇକୋର୍ଟ ଜାରି କଲା କଟକଣା

in #steempress4 years ago (edited)


କଟକ (ଏଟିଆର ବ୍ୟୁରୋ): କରୋନା ଭାଇରସ ଭୟରେ ଏବେ ସାରା ବିଶ୍ୱ । ଭାରତରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ତେଣୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରେଗୁଲେସନ ଜାରି କରାଯାଇ ଏହା ଉପରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜନଗହଳୀପୂର୍ଣ୍ଣ ସ୍ଥାନରେ ଏହି ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା ଥିବାରୁ ବିଭିନ୍ନ ଜନଗହଳୀପୂର୍ଣ୍ଣ ସ୍ଥାନ ଉପରେ ରୋକ ଲଗାଯାଇଛି ।

ତେବେ ଏହି ସମୟରେ କୋର୍ଟ ଗୁଡିକରେ ପଡିରହିଥିବା ଅନେକ ମାମଲାର ଶୁଣାଣି ହେବାକୁ ମଧ୍ୟ ରହିଛି । ତେବେ କୋର୍ଟ ପରିସରକୁ ଅଧିକ ସଂଖ୍ୟକ ଲୋକ ଆସୁଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହୁଛି । ସେଥିପାଇଁ କୋର୍ଟଗୁଡକ ପକ୍ଷରୁ ଗାଇଡଲାଇନ ଜାରି କରିଥିଲା । କରୋନା ପାଇଁ ସୁପ୍ରିମକୋର୍ଟ କଟକଣା ଜାରି କରିଥିବା ବେଳେ ଓଡିଶା ହାଇକୋର୍ଟ ପକ୍ଷରୁ ମଧ୍ୟ କଟକଣା ଜାରି ହୋଇଛି । ଏହି କଟକଣା ଅନୁଯାୟୀ, କୋର୍ଟରୁମ ପରିସରରେ ଭିଡକୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ । ଏହାସହ ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ ଓ ତାଙ୍କ ପକ୍ଷ ଉପସ୍ଥିତ ରହିପାରିବେ । ତେବେ କୋର୍ଟରୁମ ବାହାରେ ଅଯଥା ଭିଡକୁ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି କରୋନା ସଂକ୍ରମଣ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା ।

Coin Marketplace

STEEM 0.28
TRX 0.12
JST 0.032
BTC 61232.75
ETH 2977.74
USDT 1.00
SBD 3.60