କରୋନା ପାଇଁ ଆଜିଠାରୁ ନନ୍ଦନକାନନ ବନ୍ଦ

in #steempress6 years ago


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହେବା ପରେ ହେବାକୁ ଥିବା ସମସ୍ତ ସଭା ସମିତି ବାତିଲ କରାଯାଉଥିବା ବେଳେ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ତେବେ ଆଜିଠାରୁ ନନ୍ଦନକାନନ ବନ୍ଦ କରାଯାଇଛି । ଆଜିଠାରୁ ଆଉ ପର୍ଯ୍ୟଟକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବୁଲି ଦେଖିବାର ସୁଯୋଗ ପାଇବେ ନାହିଁ । ଷ୍ଟେଟ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିଛି ।

ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ନିର୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଏବେ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାସ୍କ ପିନ୍ଦି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି । ବର୍ତ୍ତମାନ ମଧ୍ୟ ପିକିନିକ କରିକାୁ ଏଡାକୁ ପ୍ରତ୍ୟକ ଦିନ ୫ ରୁ ୬ ହଜାର ପର୍ଯ୍ୟଟକ ଆସିଥାନ୍ତି । ସୂଚନାଯୋଗ୍ୟ ପୁରୀ ପର‌୍ୟ୍ୟଟନ ବିଭାଗ ପକ୍ଷରୁ ଭ୍ରମଣ କଟକଣା ଲାଗୁ କରାଯାଇଛିପୁରୀରୁ ସାତପଡା, କୋଣାର୍କ, ଚିଲିକା ଯିବାକୁ ପର‌୍ୟ୍ୟଟକଙ୍କୁ ବାରଣ କରାଯାଇଛି।ଏସବୁ ସ୍ଥାନକୁ ଟୁରିଷ୍ଟ ବସ ଚଳାଚଳ ଉପରେ କଟକଣା ଲଗାଯାଇଛି।

Coin Marketplace

STEEM 0.04
TRX 0.33
JST 0.102
BTC 65535.94
ETH 1914.26
USDT 1.00
SBD 0.38