କରୋନା ସଚେତନା କମିଟିର ଅଧ୍ୟକ୍ଷ ହେଲେ ସୁବ୍ରତ ବାଗଚୀ

in #steempress4 years ago (edited)


ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ବର୍ତ୍ତମାନ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ୫ ହଜାରରୁ ଉର୍ଦ୍ଧ ଲୋକ ମୁତୃବରଣ କରିସାରିଲେଣି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭାରତରେ ୧୦୦ ଜଣ ଏହି ଭାଇରସରେ ସଂକ୍ରମଣ ଥିବାବେଳେ ୨ ଜଣଙ୍କ ମୁତୃ ହୋଇଛି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଦ୍ୱାରା ସ୍କୁଲ, କଲେଜ, ଫିଲ୍ମ ହଲ ବନ୍ଦ କରିଦିଆଯାଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ସଚେତନତା ପାଇଁ ଆଇଇସି ଟିମ୍ ଗଠନ କରାଯାଇଛି । ଏହି ଟିମର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ଓଡିଶା ଦକ୍ଷତା ବିକାଶ କର୍ତ୍ତପକ୍ଷ ସୁବ୍ରତ ବାଗଚୀଙ୍କୁ ମନେନୀତ କରିଛନ୍ତି । ସୁବ୍ରତ ବିଗଚୀ କରୋନା ବିଷୟରେ ସମସ୍ତ ସୂଚନା ଦେବା ଲାଗି ରାଜ୍ୟ ସରକାରଙ୍କ ମୁଖପାତ୍ର ଭାବେ ନୁଯୁକ୍ତି ଦିଆଯାଇଛି । ସେ ଆଇଇସି ଟିମ୍ କୁ ଗାଇଡ କରିବେ । ଏହା ସହ ସେ କରୋନା ସମ୍ବନ୍ଧରେ ସରକାରଙ୍କ ତରଫରୁ ନିଆଯାଉଥିବା ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେବେ ।

Coin Marketplace

STEEM 0.28
TRX 0.12
JST 0.032
BTC 61220.17
ETH 2979.22
USDT 1.00
SBD 3.73