ପ୍ରଶଂସକଙ୍କ କ୍ୟୁବରେ ବାବୁସାନ

in #steempress6 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସିନେ କଳାକାରଙ୍କର ବହୁ ପ୍ରଶଂସକ ଦେଖିବାକୁ ମିଳିଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ କିଛି ପ୍ରଶଂସକ ଏପରି କାମ କରିଦେଇଥାନ୍ତି ଯାହା ସମସ୍ତଙ୍କୁ ତାଙ୍କ ଆଡକୁ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ କରିଥାଏ । ନିଜର ପସନ୍ଦିଦାର କଳାକାର ପ୍ରତି ଥିବା ସେମାନଙ୍କର ଭଲ ପାଇବାକୁ ଦର୍ଶଇବା ପାଇଁ ପ୍ରଶଂସକମାନେ ଅନେକ କାର୍ଯ୍ୟ କରିଥାନ୍ତି । ଯାହାକୁ କଳାକାରମାନେ ମଧ୍ୟ ପ୍ରଶଂସା କରିବାକୁ ପଛାନ୍ତି ନାହିଁ । ତେବେ ସେହିଭଳି ଜଣେ ପ୍ରଶଂସକଙ୍କୁ ଦେଖିବାକୁ ମିଳିଛି ଯିଏ ନିଜର ପସନ୍ଦିଦାର ଅଭିନେତାଙ୍କ ଫଟୋକୁ କ୍ୟୁବ ସାହାର୍ଯ୍ୟରେ ବନାଇ ଅଭିନେତାଙ୍କର ହୃଦୟକୁ ଜିତି ପାରିଛନ୍ତି । ସେ ହେଉଛନ୍ତି କ୍ୟୁବ ମାଷ୍ଟର ସୁମିତ । ସୁମିତ କ୍ୟୁବ ସାହାର୍ଯ୍ୟରେ ଓଲିଉଡ ଅଭିନେତା ବାବୁସାନ ଏକ ଛବି ତିଆରି କରି ଭିଡିଓ ସେୟାର କରିଥିଲେ ।

https://www.instagram.com/tv/B9W40FpJqTN/?utm_source=ig_web_copy_link

ଏହି ଭିଡିଓଟିକୁ ଦେଖି ବାବୁସାନ ସୁମିତଙ୍କର ପ୍ରଶଂସା କରିବା ସହ ନିଜ ଇନଷ୍ଟାଗ୍ରାମ ପେଜରେ ମଧ୍ୟ ଭିଡିଓଟିକୁ ସେୟାର କରିଛନ୍ତି । ବାବୁସାନ ଭିଡିଓଟିକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ କହିଛନ୍ତି ତାଙ୍କୁ ଗୋଟିଏ କ୍ୟୁବ ସଲଭ କରିବାକୁ ଅଢେଇ ମାସ ସମୟଲାଗୁଥିବା ବେଳେ ସୁମିତ ଯେଉଁଭଳି ଭାବେ ପ୍ରୟାସ କରି ତାଙ୍କ ଛବି ବନାଇଛନ୍ତି ତାହା ତାଙ୍କ ହୃଦୟକୁ ଛୁଇଁ ଯାଇଛି । ଏହା ସହ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଲେଖିଛନ୍ତି, ଏମିତି ଏକ ନିଆରା ପ୍ରଚେଷ୍ଟା କରି ତାଙ୍କୁ ଖୁସି କରିଥିବାରୁ ସୁମିତଙ୍କୁ ବହୁତ ବହୁତ ଧନ୍ୟବାଦ । ତାଙ୍କୁ ସଫଳତା ମିଳୁ । ସାଇବାବା ମଙ୍ଗଳ କରନ୍ତୁ। ତେବେ ବାବୁସାନ ସେୟାର କରିଥିବା ଭିଡିଓରେ ସୁମିତ୍ ଗୋଟେ ପରେ ଗୋଟେ କ୍ୟୁବ ଗୁଡ଼ିକୁ ଖୁବ ଜଳଦି ସଜାଉଥିବା ଦେଖିବାକୁ ମିଳିଛି। ବାବୁସାନ ସେୟାର କରିଥିବା ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ହଜାରରୁ ଅଧିକ ପ୍ରଶଂସକ ଦେଖିଥିବା ବେଳେ ସୁମିତ ଓ ବାବୁସାନଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Coin Marketplace

STEEM 0.04
TRX 0.33
JST 0.100
BTC 65541.47
ETH 1905.52
USDT 1.00
SBD 0.38